ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ବାରବାଟି ଆସିବେ ବାହୁବଳୀ !

0

କଟକ, ୧୭/୧୧: କଟକରେ ହେବାକୁ ଥିବା ହକି ପୁରୁଷ ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେଇପାରନ୍ତି ବାହୁବଳୀର ସୁପରଷ୍ଟାର ପ୍ରଭାସ । ତାଙ୍କ ଆଗମନ ନେଇ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି। ବାରବାଟୀରେ ଆୟୋଜିତ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଗୀତିକାର ଏ.ଆର.ରହମାନଙ୍କ ସହ ବାହୁବଳୀର ଅଭିନେତା ପ୍ରଭାସ ଯୋଗ ଦେଇପାରନ୍ତି ବୋଲି ସେ କହିଛନ୍ତି।

ଏ ସମ୍ପର୍କୀତ ପ୍ରସଙ୍ଗରେ ଦେବାଶିଷ କହିଛନ୍ତି କି ଆସନ୍ତାକାଲି ଏ.ଆର.ରେହମାନଙ୍କ ଷ୍ଟେଜ୍ ମ୍ୟାନେଜର ଆସିବେ। ସେହିପରି କେବଳ ବାରବାଟି ଷ୍ଟାଡିୟମରେ ବସି କରି ନୁହଁ ବାଲିଯାତ୍ରା ପଡ଼ିଆରୁ ମଧ୍ୟ ଦର୍ଶକମାନେ ଉତ୍ସବକୁ ଦେଖିବାର ସୁଯୋଗ ପାଇବେ। ସେଠାରେ ବଡ଼ ଏଲଇଡି ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.