ଗଣତନ୍ତ୍ରରେ ବିପକ୍ଷ ଦଳ ସତର୍କ ରହିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭/୬: ଗଣତନ୍ତ୍ରରେ ବିପକ୍ଷ ଦଳ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି କହିଛନ୍ତି। ଲୋକ ସଭାରେ ବିପକ୍ଷ ଦଳ ସେମାନଙ୍କ ସଦସ୍ୟ ସଂଖ୍ୟାକୁ ଧ୍ୟାନ ନ ଦେଇ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ଉଚିତ। ସରକାରଙ୍କ ପାଇଁ ବିପକ୍ଷଙ୍କ ଭାବନା ହିଁ ମୂଲ୍ୟବାନ। ତେଣୁ ଶାସକ ଏବଂ ବିରୋଧୀ ପରସ୍ପର ମଧ୍ୟରେ ବାଦ ବିବାଦ ଭୁଲି ନିରପେକ୍ଷ ଭାବେ ଦେଶର ହିତ ଲାଗି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।