ପୁଣି ଅଡୁଆରେ ଭାଇଜାନ୍‌

ଭାଇଜାନ୍‌ଙ୍କ ପିଚ୍ଛାଛାଡୁନି ବିବାଦ । ଗୋଟିଏର ସମାଧାନ ନ ହେଉଣୁ ଆଉ ଗୋଟିଏ ଭାଇଜାନ୍‌ଙ୍କ ମୁଣ୍ଡବିନ୍ଧାର କାରଣ ପାଲଟୁଛି । କେତେବେଳେ କୃଷ୍ଣସାର ମୃଗ ତ ଆଉ କେତେବେଳେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ପାଇଁ ସେ ଅନେକ ସମୟରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଗଛ ଭାଇଜାନ୍‌ଙ୍କ ପାଇଁ ଖୋଲିଦେଇଛି ବିବାଦର ବାଟ । କିଛିବର୍ଷ ପୂର୍ବେ ମୁମ୍ବାଇ ସ୍ଥିତ ଖାରରେ ସଲମାନ ଏକ ପ୍ରପର୍ଟି କିଣିଥିଲେ ଯାହାକୁ ସେ ଏବେ ଏକ ଫୁଡ୍‌ ଫାକଫ୍ରିକୁ ଭଡ଼ା ଦେଇଛନ୍ତି । ଭଡ଼ା ଦେଇଥିବା ପ୍ରପର୍ଟିରେ ଏକ ବିଶାଳ ଗଛ ଅଛି ଯାହା ବର୍ତ୍ତମାନ ଭଡ଼ା ନେଇଥିବା ଫୁଡ୍‌ ଫାକଫ୍ରି କାମରେ ବାଧା ସୃଷ୍ଟି କରୁଛି । ତେଣୁ ସଲମାନ ସେହି ଗଛକୁ ଏବେ କାଟିବାକୁ ଚାହୁଁଛନ୍ତି । ଏବେ ସଲମାନଙ୍କ ପାଇଁ ଗଛ କାଟିବା ବଡ଼ ଜଟିଳ ହୋଇପଡ଼ିଛି । ତେବେ ଏ ଖବର ପଡ଼ିଯାଇଛି ପରିବେଶ ପର୍ଯ୍ୟାବରଣ ମନ୍ତ୍ରଣାଳୟର କର୍ମୀଙ୍କ କାନରେ ଯାହାପାଇଁ ସେମାନେ ବର୍ତ୍ତମାନ ଗଛ କାଟିବାରେ ବାଧା ସୃଷ୍ଟି କରୁଛନ୍ତି । ସଦସ୍ୟମାନଙ୍କ କହିବା ଅନୁସାରେ ଫୁଡ୍‌ ଫାକଫ୍ରିର ପରିବେଶ ସୁନ୍ଦର ଦେଖାଯିବା ପାଇଁ ଏ ଗଛ କାଟିବାକୁ ଚାହୁଁଛନ୍ତି ସଲମାନ । ଏ ନେଇ ପରିବେଶ ପର୍ଯ୍ୟାବରଣ ମନ୍ତ୍ରଣାଳୟର ସଦସ୍ୟମାନେ ବିଏମ୍‌ସିରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଚଳିତ ସପ୍ତାହରେ ଏ ନେଇ ଶୁଣାଣୀ କରିବ ବିଏମ୍‌ସି । ସେପଟେ ସଲମାନ ଏ ନେଇ କୌଣସି ପ୍ରତିକ୍ରୀୟା ଦେଇ ନାହାନ୍ତି । ସେଲିବ୍ରିଟିମାନେ ପରିବେଶ ପର୍ଯ୍ୟାବରଣ ମନ୍ତ୍ରଣାଳୟର ସଦସ୍ୟମାନଙ୍କ ସହ ମୁହାଁମୁହିଁ ହେବା ପ୍ରଥମ ନୁହେଁ ସଲମାନଙ୍କ ପୂର୍ବରୁ ଶହାରୁଖ ଓ ସୋନୁ ସୁଦ୍‌ ଏପରି ବିବାଦର ସାମ୍ନା କରିସାରିଛନ୍ତି ।