ମୋଦୀ ୩ ରାଜ୍ୟରେ ନିର୍ବାଚନ ହାରିବା ପରେ ଭୟରେ ଅଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୫/୧: ଆଜି ବାରିପଦାରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଜବାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ଆଜି କଂଗ୍ରେସ ଉପରେ ପ୍ରବଳ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଏହି ସବୁର ଜବାବ ଦେଇ ନିରଞ୍ଜନ କହିଛନ୍ତି ୩ ଟି ରାଜ୍ୟରେ ନିର୍ବାଚନ ହାରିବା ପରେ ମୋଦିଙ୍କ ସ୍ଥିତି କଣ ସମସ୍ତେ ଜାଣିଛନ୍ତି । ଏହି ସବୁ ରାଜ୍ୟରେ ନିର୍ବାଚନ ହାରିବା ପରେ ଭୟରେ ଅଛନ୍ତି ମୋଦି। ଆଗକୁ ଜଣା ପଡିବ କିଏ ମିଛ କହୁଛି । ଏହାସହ କିଏ ଚୋର ପରେ ଜଣାପଡିବ ବୋଲି କହିଛନ୍ତି ନିରଞ୍ଜନ । ସେହପରି ପ୍ରଧାନମନ୍ତ୍ରୀ ଉଠାଇଥିବା ବେବିନା ପ୍ରସଙ୍ଗକୁ ଯଥାର୍ଥ ଦର୍ଶାଇଛନ୍ତି ନିରଞ୍ଜନ । ଏହା ସହ ମୋଦୀ ଏହି ଘଟଣାର ସବିଆଇ ତଦନ୍ତ କରନ୍ତୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଆଜି ବାରିପଦାର ଛଉ ପଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଥିଲେ । ଚୌକିଦାରଙ୍କୁ ହଟାଇବା ପାଇଁ ଚୋରମାନେ ଲାଗିପଡିଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ପ୍ରସଙ୍ଗରେ କଂଗ୍ରେସକୁ କଡା ସମାଲୋଚନା କରି କଂଗ୍ରସ ସରକାର ଚଳାଉଥିଲା ନା ମିସେଲ ମାମାଙ୍କ ଦରବାର ଚାଲିଥିଲା ବୋଲି ପଚାରିଥିଲେ ।