ବଙ୍ଗୋପସାଗରରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୪.୫

ନୂଆଦିଲ୍ଲୀ, ୧୨/୦୭ : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ବିଶାଖାପାଟଣାରେ ଭୂକମ୍ପ ଅନୂଭତ ହୋଇଥିଲା । ଫଳରେ ଭୂକମ୍ପ ଭୟରେ ଲୋକମାନେ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳରେ ବଙ୍ଗୋପସାଗରରେ ୪.୫ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶାଖାପାଟଣା ସହରର ଅନେକ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । INCOIS ଅନୁଯାୟୀ, ଆଜି ସକାଳ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବଙ୍ଗୋପସାଗରର କାକିନାଡା ଉପକୂଳରୁ ପ୍ରାୟ ୨୨୫ କିଲୋମିଟର ଦୂରରେ ୧୬.୮୦୫° ଉତ୍ତର ଅକ୍ଷାଂଶ ଏବଂ ୮୪.୩୮୧° ପୂର୍ବ ଦ୍ରାଘିମାରେ ଥିଲା । ଭୂମିକମ୍ପ ଯୋଗୁଁ କୌଣସି ମୃତାହତ, ସମ୍ପତ୍ତି କ୍ଷତି କିମ୍ବା ଅନ୍ୟ କୌଣସି କ୍ଷତିର ରିପୋର୍ଟ ନାହିଁ । ଯାହା ବିଜ୍ଞପ୍ତିରେ କୁହାଯାଇଛି । ଭୂମିକମ୍ପଗୁଡ଼ିକ ମୃଦୁ ଥିଲା ବୋଲି ମଧ୍ୟ ଏହି ବିଜ୍ଞପ୍ତିରେ କୁହାଯାଇଛି ।