ଭୁବନେଶ୍ୱର, ୦୬/୦୭ : ଆଜି ଓଡ଼ିଶାର ପ୍ରମୁଖ ଧାର୍ମିକ ଉତ୍ସବ ରଥଯାତ୍ରା ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରା ପ୍ରସ୍ତୁତିର ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା କରିବେ । ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ଏହି ବୈଠକ ଆରମ୍ଭ ହେବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।