ଭୁବନେଶ୍ୱର, ୦୯/୦୭ : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ । ମତ୍ସ୍ୟଜୀବୀଙ୍କୁ ବାଣ୍ଟିବେ ପ୍ରାଧିକରଣ ପତ୍ର। ଦିନ ୧୧ଟାରେ ଓୟୁଏଟିରେ ରହିଛି କାର୍ଯକ୍ରମ । ଏଓୟୁଏଟିରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଏବଂ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉପରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରାଯାଇଛି । ସାଧାରଣ ଜନତାଙ୍କ ଯାତାୟାତ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହରର ଏକାଧିକ ପ୍ରମୁଖ ଛକରେ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି ।