ନିର୍ବାଚନ କମିଶନକୁ ରାହୁଲଙ୍କ ସିଧା ପ୍ରଶ୍ନ: ‘ଆମ ସହ ଭେଟିବାକୁ ଡର କାହିଁକି ?’

ନୂଆଦିଲ୍ଲୀ, ୦୬/୧୦ : ଭୋଟର ତାଲିକା ଏବଂ SIR ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ପ୍ରତିବାଦ ତୀବ୍ର ହୋଇଛି। ମଙ୍ଗଳବାର ଦିଲ୍ଲୀରେ INDIA ମେଣ୍ଟର ଅନେକ ସାଂସଦ ସଂସଦ ଭବନରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ। ବିରୋଧୀ ସାଂସଦମାନେ ଭୋଟର ତାଲିକା ଓ SIRକୁ ନେଇ ନିର୍ବାଚନ ଆୟୁକ୍ତମାନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବାକୁ ଚାହୁଁଥିବା କହିଛନ୍ତି।