ଆଇପିଏଲ : ଦିଲ୍ଲୀକୁ ୨୨୦ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲର ୪୭ ତମ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ ଆଗରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚ୍‌ରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରି ସନ ରାଇଜର୍ସ ହାଇଦ୍ରାବାଦ ୨୧୯ କରିଛି ।

ସନ ରାଇଜର୍ସ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣାର ଓ ରିଧିମାନ ଶାହା ଏକ ବିସ୍ଫୋରକ ଓପନିଙ୍ଗ କରିଥିଲେ। ଉଭୟ ବକ୍ତିଗତ ଭାବେ ଡେଭିଡ ଓ୍ବାର୍ଣ୍ଣାର( ୬୬) ଓ ରିଧିମାନ ଶାହା (୮୭) ରନ ସଂଗ୍ରହ କରି ଆଉଟ ହୋଇଥିଲେ । ପରେ ପାରିକୁ ଫର୍ମରେ ଥିବା ମନିସ ପାଣ୍ଡେ( ୪୪) ଓ ଓ୍ବିଲମସନ( ୧୧) ରନ କରି ଅପରାଜିତ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ରବିଚନ୍ଦ୍ର ଅଶ୍ବିନୀ ଓ ନଟ୍ରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ଉଭୟ ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ମ୍ୟାଚ ରହିଛି। ପ୍ଲେ ଅଫରେ ଜାଗା ବାନାଇବା ପାଇଁ ଦିଲ୍ଲୀକୁ ଆଉ ୨ ଅଙ୍କ ଦରକାରଥିବା ବେଳେ ପ୍ଲେ-ଅଫ ଦୌଡ଼ରେ ରହିବାକୁ ହେଲେ ହାଇଦ୍ରାବାଦକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ।