ଅଜବ ମାମଲା : ସ୍ୱାମୀଙ୍କର ୨୦ରୁ ଅଧିକ ସ୍ତ୍ରୀ ଅଛନ୍ତି ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ମହିଳା

ଜୟପୁର, ୫/୧୧ : ଜୟପୁର ଟାଉନ ଥାନାରେ ଏକ ଅଭିନବ ମାମଲା ପହଞ୍ଚିଛି । ଏହି ମାମଲାର ସମାଧାନ କରିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଛି । ତଥାପି ସମାଧାନର ବାଟ ବାହାରି ପାରିନି ।

‘ମୋ ସ୍ବାମୀଙ୍କ ୨୦ରୁ ଉର୍ଦ୍ଧ୍ବ ସ୍ତ୍ରୀ । ସେ ବିବାହିତ ହୋଇ ମଧ୍ୟ ନିଜ ପ୍ରେମ ଜାଲରେ ଅନେକ ଯୁବତୀଙ୍କୁ ଫସାଉଛନ୍ତି ।’ ଏମିତି କିଛି ଅଭିଯୋଗ ଆଣି ନିଜ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜୟପୁର ଟାଉନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଜୟପୁରର ଜଣେ ମହିଳା ।

କେବଳ ଏତିକି ନୁହଁ ବାପା ଜଣେ ମହା ଠକ ବୋଲି ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଆସିଛି । ସେ ଜାଲ୍ ନୋଟ୍‌ କାରବାରର ମାଷ୍ଟର ମାଇଣ୍ଡ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ଝିଅ ।

ସେହିପରି ନିଜ ଶ୍ବଶୁରଙ୍କର ବୋହୂ ପ୍ରତି ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ବୋହୂ । ତେଣୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମା’, ଝିଅ ଓ ବୋହୂ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।