କମଳା ଏମିତି ଏକ ଫଳ ସମସ୍ତଙ୍କର ଖାଇବାକୁ ଇଚ୍ଛା ହୋଇଥାଏ । ପିଲା ଠାରୁ ବୁଢ଼ାଯାଏ ସମସ୍ତଙ୍କ ଏହାର ସ୍ୱାଦ ଖୁବ୍ ଭଲ ଲାଗିଥାଏ । ପ୍ରତ୍ୟେକ କମଳା ନିହାତି ଖାଇବା ଆବଶ୍ୟକ । ଏଥିରେ ଭରପୁର ରହିଛି ଫାଇବର, ଯାହାକି ଆମର ହଜମ କରିବାରେ ସାହାଯ୍ୟ କରିଥାଏ ।
ଥଣ୍ଡା, ଜ୍ୱର କିମ୍ବା ଡାଇରିଆ ଆଦି ହେବା ପରେ ଶରୀର ଖୁବ୍ ଦୁର୍ବଳ ଲାଗିଥାଏ । ସେହି ସମୟରେ କମଳା ଖାଇବା ଖୁବ୍ ଜରୁରୀ । ଫଳ ଓ ପରିବା କେବଳ ଶରୀରକୁ ପୋଷଣ ଦେବାରେ ନୁହେଁ ବରଂ ଅନେକ ସମୟରେ ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ ବି ଆସିଥାଏ । କମଳା ସେଥିମଧ୍ୟରୁ ଅନ୍ୟତମ ।
ଶୀତ ଦିନେ ଶରୀରରୁ ଜଳୀୟ ଅଂଶ କମ୍ ହୋଇ ଯାଉଥିବା କାରଣରୁ କମଳା ଖାଇବା ନିହାତି ଜରୁରୀ । ଏହି ସ୍ୱାଦିଷ୍ଟ ଫଳ ଖାଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି କମ୍ ହୋଇଥାଏ ବୋଲି ଜାଣିବାକୁ ମିଳିଛି ।
କମଳାରେ ଥିବା ‘ଭିଟାମିନ୍ ସି’ ଓ ଆଣ୍ଟି ଅକ୍ସିଡାଣ୍ଟ୍ ଶରୀର ପାଇଁ ଖୁବ୍ ହିତକାର ହୋଇଥାଏ । କମଳାରେ କ୍ୟାଲୋରି କମ୍ ରହିଥିବା ବେଳେ ପୋଷଣ ତତ୍ତ୍ୱ ଓ ଭିଟାମିନ୍ ସି ଭରପୁର ପରିମାଣରେ ରହିଥାଏ । ଯାହାକି ବିଶେଷ କରି ପେଟରୁ ଚର୍ବି କାଟିବାରେ ବିଶେଷ ସହାୟ ହୋଇଥାଏ ।