ନୂଆଦିଲ୍ଲୀ: ନିଜର PF ବାଲାନ୍ସ ଯାଞ୍ଚ କରିବା ଆପଣଙ୍କ ଅବସର ସଞ୍ଚୟକୁ ଟ୍ରାକ୍ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦିଓ ଅନ୍ଲାଇନରେ PF ବାଲାନ୍ସ ଯାଞ୍ଚ କରିବାର ଅନେକ ଉପାୟ ଅଛି, କିନ୍ତୁ ସମସ୍ତଙ୍କ ଘରେ ଇଣ୍ଟରନେଟ୍ ପହଞ୍ଚିପାରି ନାହିଁ । ତଥାପି, ଅନେକ ଉପାୟ ଅଛି ଯାହା ମାଧ୍ୟମରେ ଆପଣ ଇଣ୍ଟରନେଟ୍ ବିନା PF ବାଲାନ୍ସ ଯାଞ୍ଚ କରିପାରିବେ ।
କେବଳ ଏକ ମିସ୍ଡ କଲ କିମ୍ବା ଏସଏମଏସ ଜରିଆରେ ଆପଣ ଏହା ଚେକ୍ କରି ପାରିବେ । ଇପିଏଫ୍ ସୁଧହାର ୮.୫ ପ୍ର୍ରତିଶତକୁ ବଢାଇ ଦିଆଯାଇଥିବା ବେଳେ ସୁଧ ଗ୍ରାହକଙ୍କ ଖାତାକୁ ପଠାଇ ଦିଆଯାଇଛି । ଏହାକୁ ଆପଣ ନିମ୍ନଲିଖିତ ଉପାୟରେ ଚେକ୍ କରି ପାରିବେ ।
୧. ଏସଏମ୍ଏସ: ଇପିଏଫ୍ ଆକାଉଣ୍ଟ ସହିତ ରେଜିଷ୍ଟର ମୋବାଇଲରୁ ଏସଏମଏସ୍ ପଠାଇ ଆପଣ ନିଜର ଇପିଏଫ୍ ବାଲାନ୍ସ ଚେକ କରିପାରିବେ । ଲେଖି ୭୭୩୮୨୯୯୮୯୯ ନମ୍ବରରେ ମେସେଜ ପଠାଇଲେ ନିଜର ଇପିଏଫ୍ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ହିନ୍ଦି ଏବଂ ଇଂରାଜୀରେ ହାସଲ କରିପାରିବେ ।ଲାନ ସ୍ଥାନରେ ଆପଣଙ୍କୁ ହିନ୍ଦି ଅଥବା ଇଂରାଜୀ ଲେଖିବାକୁ ପଡିବ ।
୨. ମିସ୍ଡ କଲ୍: ଆପଣ ମିସ୍ଡ କଲ ଜରିଆରେ ମଧ୍ୟ ନିଜର ଇପିଏଫ ଆକାଉଣ୍ଟ ବାଲାନ୍ସ ଚେକ୍ କରି ପାରିବେ । ନିଜର ପଞ୍ଜୀକୃତ ମୋବାଇଲରୁ ୦୧୧-୨୨୯୦୧୪୦୬ ନମ୍ବରରେ କଲ କରି ବାଲାନ୍ସ ଚେକ୍ କରିପାରିବେ ବୋଲି ଇପଏଫ୍ଓ ପକ୍ଷରୁ କୁହାଯାଇଛି ।
୩. ଅନଲାଇନ୍ ଓ ଉମଙ୍ଗ: ଆପଣଙ୍କୁ ପ୍ରଦାନ କରାଯାଇଥିବା ୟୁଏଏନ୍ ନମ୍ବର ଏବଂ ଲଗଇନ୍ ପାଶୱାର୍ଡ ଜରିଆରେ ଆପଣ ନିଜର ବାଲାନ୍ସ ଚେକ୍ କରିପାରିବେ ।