ଆଜିକାଲି ସୋଶାଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେବାରେ ଦେଖିବାକୁ ମିଳୁଛି । କିନ୍ତୁ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଆପଣ ଦେଖିଲାପରେ ଆଖିରୁ ଲୁହ ଝରିଆସିବ । ଏପରି ଭିଡିଓ ହୁଏତ ଆପଣ ଆଗରୁ କେବେ ଦେଖିନଥିବେ । ଫୁଟବଲ ଖେଳାଳୀମାନେ ନିଜ ସାଥୀ ଖେଳାଳୀକୁ ଅନ୍ତିମ ବିଦାୟ ଦେଉଛନ୍ତି । ପ୍ରକୃତରେ ସାଥୀ ଖେଳାଳୀଙ୍କ ମୃତୁ୍ୟ ପରେ ତାଙ୍କ କଫିନ୍କୁ ଫୁଟବଲ୍ ଟିମ୍ର ସମସ୍ତ ଖେଳାଳୀ ପଡିଆରେ ଗୋଲପୋଷ୍ଟ ସ୍ଥାନରେ ରଖିଥିଲେ । ପରେ ସମସ୍ତେ ଫୁଟବଲ ଖେଳି କଫିନ୍ ପାଖରେ ବଲ୍ ପାସ୍ କରିଥିଲେ । କଫିନ୍କୁ ବାଜି ଗୋଲ ହେବା ପରେ କଫିନ୍ ନିକଟକୁ ଆସି ସମସ୍ତ ଖେଳାଳୀ କାନ୍ଦିଥିଲେ । ଖେଳାଳୀଙ୍କ ଏପରି କରିବା ପଛରେ ପ୍ରକୃତ କାରଣ ହେଲା ସେମାନଙ୍କ ସାଥି ମରିବା ପରେ ମଧ୍ୟ ମଇଦାନରେ ଗୋଲ କରି ଯାଇଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି ଆମେରିକାର ମେକ୍ସିକାନ ସିଟିର ବୋଲି ଜଣାପଡିଛି ।