ବଳି ପଡିଥିବା ଭାତରୁ ପ୍ରସ୍ତୁତ କରନ୍ତୁ ରାଇସ୍ କଟଲେଟ

ଭୁବନେଶ୍ୱର,୧୩/୨: ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି । ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେବେଳେ ଅଳ୍ପ ଭାତ ବଳିଯାଏ । ସେହି ଭାତକୁ ନ ଫୋପାଡ଼ି କାମରେ ଲଗାନ୍ତୁ । ଆସନ୍ତୁ ଦେଖିବା ବଳକା ରହିଯାଇଥିବା ଭାତରୁ କିପରି ପ୍ରସ୍ତୁତ କରିବା ରାଇସ୍ କଟଲେଟ ।

ଆବଶକୀୟ ସାମଗ୍ରୀ :

ଭାତ : ୨୦୦ଗ୍ରାମ

ଆଳୁ : ସିଝା ହୋଇଥିବା ୧୦୦ଗ୍ରାମ ଆଳୁ

ଅଦା : ୧୦ଗ୍ରାମ

କଞ୍ଚା ଲଙ୍କା :ଦୁଇଟି

ଧନିଆ: ୧୦ଗ୍ରାମ

ଲୁଣ : ସ୍ୱାଦଅନୁସାରେ

ଗରମ ମସଲା : ୨ଗ୍ରାମ

କିସମିସ: ୧୫ଗ୍ରାମ

ଆରାରୁଟ ପାଉଡ଼ର : ଦୁଇ ଚାମଚ

ପ୍ରସ୍ତୁତି ପ୍ରଣାଳୀ : ଦୁଇଟି ଆଳୁ ସିଝାଇବେ । ଅଦା , ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଗ୍ୟାସରେ ଏକ କଢେଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ସେଥିରେ କଟା ହୋଇଥିବା ଅଦା , ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ । ଏଥିରେ ରଖା ହୋଇଥିବା ଭାତ , ଆରାରୁଟ ପାଉଡ଼ର ,ଲଙ୍କା , ଧନିଆ ପତ୍ର , ଲୁଣ , ଗରମ ମସଲା , ଓ କିସମିସ ପକାଇ ଭଲଭାବେ ଗୋଳାନ୍ତୁ । ଏହା ପରେ ଏକ କଢେଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ୍ କଟଲେଟ । ଏହାକୁ ଆପଣ ଏକ ପାତ୍ରରେ ବାହାର କରି ଗାରନିସ କରିପାରିବେ । ଚିଲ୍ଲୀ ସସ୍ କିମ୍ବା ଟମାଟୋ ସସ୍ ସହ ଏହାକୁ ଖାଇ ପାରିବେ ।