ଯାଜପୁର , ୧୩/୨:ଯାଜପୁର ଜିଲା ପୋଲିସ ଏକ ଆନ୍ତଃଜିଲା ୬ଜଣିଆ ଡକାୟତ ଦଳକୁ ବୁଧବାର ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲାର ବାବୁଲା ସାହୁ, ଢେଙ୍କାନାଳର କାଳିଆ ରଣା ଓ ପପୁ ରଣା, ଯାଜପୁର ଜିଲାର ପ୍ରଶାନ୍ତ ପାତ୍ର, ପୁରୀ ଜିଲାର ରଞ୍ଜନ ମହାପାତ୍ର ଓ କଟକ ଜିଲାର ଚେମା ପଧାନ। ଏମାନଙ୍କ ନାମରେ ଓଡିଶାର ବିଭିନ୍ନ ଥାନାରେ ୨୮ ଟି ମାମଲା ରହିଛି। ପୋଲିସ ସେମାନଙ୍କଠାରୁ ୧୮୦୦୦ ଟଙ୍କା, ୬ ମୋବାଇଲ, ୪ ବାଇକ ଆଦି ଲୁଟ୍ ସାମଗ୍ରୀ ଜବତ କରିଛି। ସେମାନେ ଗତ ୧ ତାରିଖରେ ପାଣିକୋଇଲି ଛକରେ ପବିତ୍ର ସ୍ବାଇଁଙ୍କୁ ଭୁଜାଲିରେ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଛଡେଇ ନେଇଥିଲେ। ତେବେ ଘଟଣାସ୍ଥଳରୁ ପୋଲିସ ଏକ ମୋବାଇଲ ପାଇଥିଲା। ସେହି ମୋବାଇଲକୁ ଟ୍ରାକ କରି ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିଥିବା ଜଣାପଡ଼ିଛି।