ଛତିଶଗଡ଼ ରାଜ୍ୟ ରାୟଗଡ଼ ଥାନା ଅଞ୍ଚଳରେ ଘଟିଛି ଏକ ରୋଚକ ଘଟଣା। ହେଡ୍ କନଷ୍ଟେବଳ ସଞ୍ଜୟ କୁମାର ସିଂ ସ୍ତ୍ରୀଙ୍କୁ ପିଟିବା ଲାଗି ଆରକ୍ଷୀ ଅଧିକାରୀଙ୍କ ନିକଟକୁ ଚିଠି ଲେଖି ଲୋଡିଛନ୍ତି ଅନୁମତି। ସଞ୍ଜୟଙ୍କ ଆବେଦନ ପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସଞ୍ଜୟ ଚିଠିରେ ଲେଖିଛନ୍ତି ଯେ, ଛତିଶଗଡ଼ରେ ସମ୍ପ୍ରତି ପୋଲିସ କର୍ମଚାରୀମାନେ ସରକାରଙ୍କ ବିରୋଧରେ ସପରିବାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏନେଇ ସଞ୍ଜୟ ସ୍ତ୍ରୀଙ୍କୁ ଜୁନ୍ ୨୫ରେ ପ୍ରଦର୍ଶନରେ ସାମିଲ୍ ହେବାକୁ କହିଥିଲେ। ତେବେ ସ୍ତ୍ରୀ ରୋକ୍ଠୋକ୍ ମନା କରିଛନ୍ତି। ତେଣୁ ସେ ଏଥିରେ ମର୍ମାହତ ହୋଇ ତାଙ୍କୁ ପିଟିବାକୁ ଅନୁମତି ଚାହୁଁଛନ୍ତି ବୋଲି ଚିଠିରେ ସୂଚିତ କରିଛନ୍ତି। ଚିଠି ଦେଖି ଆରକ୍ଷୀ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା।