ମାହାଙ୍ଗା ଲଳିତଗିରି ଲଣ୍ଡା ପାହାଡ଼ରେ ନିଆଁ

0

ଭୁବନେଶ୍ୱର : ମାହାଙ୍ଗା ବ୍ଲକ୍‌ ଲଳିତଗିରି ଲଣ୍ଡା ପାହାଡ଼ରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ତରଫରୁ ପ୍ରୟାସ ଜାରି ରହିଛି। ରାତି ୭ଟା ସମୟରେ ଗ୍ରାମବାସୀମାନେ ପାହାଡ଼ର ପାଦ ଦେଶରେ ନିଆଁ ଲାଗିଥିବା ନେଇ ଜାଣିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହା ସହ ସେଠାରେ ଥିବା ସ୍ଥାନୀୟ ଆର୍କୋଲୋଜି ବିଭାଗର କର୍ମକର୍ତ୍ତା ଏବଂ ଗ୍ରାମବାସୀ ମିଶି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତେ ବିଫଳ ହୋଇଥିଲେ।

ଅଗ୍ନିଶମ ବିଭାଗର କର୍ମକର୍ତ୍ତା ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। କେହି ଦୁର୍ବୃତ୍ତ ଏଭଳି ନିଆଁ ଲଗାଇଥିବା ନେଇ ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି, ଏହି ପାହାଡରେ ବାରମ୍ବାର କିଛି ଦୁବୁର୍ତ୍ତ ନିଆଁ ଲଗାଉଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି।

SBI AD
Leave A Reply

Your email address will not be published.