ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ମାର୍ଚ୍ଚ ମାସ ୨୯ ତାରିଖରେ ପାଳିତ ହେବ l ଏହାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ଏଡିଏମ ପ୍ରଫୁଲ୍ଲ ସ୍ୱାଇଁ ଓ ମନ୍ଦିର ନିଯୋଗର ସେବାୟତଓ ବିଜୁଳି ବିଭାଗର କର୍ମଚାରୀ ଯୋଗ ଦେଇଥିଲେଲ ଚଳିତ ବର୍ଷ ରଥ କାଠକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଇଥିଲା। ରଥକାଠ ବିଳମ୍ବରେ ପହଞ୍ଚିଥିଲା ଏସବୁ ସତ୍ତ୍ୱେ ରଥ ସଠିକ୍ ସମୟରେ ପ୍ରସ୍ତୁତ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ମହାରଣା ସେବାୟତ l

ତେବେ ବୈଠକରେ ଯୋଗ ଦେଇନଥିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ସେବାୟତ। ପ୍ରଭୁଙ୍କ ରଥଯାତ୍ରାକୁ ପାରମ୍ପରିକ ଭାବେ ପାଳନ କରିବାରେ ସେବାୟତମାନଙ୍କର ମୂଖ୍ୟ ଭୂମିକା ଥିବା ବେଳେ ବାରମ୍ୱାର ସେମାନେ ଅସହଯୋଗ କରୁଛନ୍ତି। ଏହା ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।
ମାର୍ଚ୍ଚ ୨୯ ତାରିଖରେ ରଥଯାତ୍ରା ପାଳିତ ହେବାକୁ ଥିବା ବେଳେ ଏପ୍ରିଲ ୨ରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳିତ ହେବ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କିପରି ଶୃଙ୍ଖଳିତ ଭାବେ ନିତିକାନ୍ତି ସହ ରଥଯାତ୍ରା ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ୨୯ ତାରିଖ ଦିନ ଭୋର ୫ ଟା ସମୟରେ ମଙ୍ଗଳଆଳତି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାୟ ୧:୩୦ ସମୟରେ ଲିଙ୍ଗରାଜ ମହାପ୍ରଭୁ ରଥାରୂଢ଼ ହେବେ ବୋଲି ସ୍ଥିର କରାଯାଇଛି।