ପୁରୀ, ୨୩/୬ : ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ସମସ୍ତେ ଅନେଇ ରହିଛନ୍ତି କେତେବେଳେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ ।
ଏହାପରେ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନ ମୋହନ ବିଜେ, ସାଢ଼େ ୧୦ଟାରୁ ୧୧ଟା ଚିତା ଲାଗି,୧୧ଟାରୁ ସାଢ଼େ ୧୧ଟା ଭିତରେ ବେଶ ଶେଷ, ତାପରେ ଚାରମାଳ ଫିଟା, ଘୋଡ଼ଲାଗି ଓ ସାରଥୀ ଲାଗିବା ଓ ଛେରା ପହଁରା ଅନୁଷ୍ଠିତ ହେବାପରେ ରଥଟଣା ଆରମ୍ଭ ହେବ