ଦିନକୁ ଦିନ ଚର୍ଚାରେ ଆଲିଆ, ରଣବୀରଙ୍କ ପ୍ରେମ କାହାଣୀ

0

ରଣବୀର କାପୁର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଦିନକୁ ଦିନ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନିକଟତର ହେଉଥିବା ଶୁଣିବାକୁ ମିଳୁଛି। ଏକାଠି ଅଭିନୟରୁ ଉଭୟଙ୍କ ସମ୍ପର୍କ ନୂଆ ରୂପ ନେଇଛି। ରଣବୀର ଓ ଆଲିଆ ପରସ୍ପରକୁ ସମୟ ଦେଉଥିବା ଓ ଡେଟ୍‍ କରୁଥିବା ନେଇ ବଲିଉଡ଼ରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ନିଦେର୍ଶକ ଆୟନ ମୁଖାର୍ଜିଙ୍କ ଆଗାମୀ ଚଳଚ୍ଚିତ୍ର ବ୍ରହ୍ମୋସ୍ତ୍ରରେ ପ୍ରଥମଥର ପାଇଁ ରଣବୀର ଓ ଆଲିଆ ଏକାଠି କାର୍ଯ୍ୟ କରୁଛନ୍ତି। ଅଭିନେତା ରଣବୀର କାପୁର ଏକ ସାକ୍ଷାତକାରରେ ଆଲିଆଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ସଂକେତ ଦେଇଥିଲେ। ସାକ୍ଷାତକାର ଏକ ପ୍ରଶ୍ନରେ ପଚାରିଯାଇଥିଲା ଯେ, ଆପଣ ଆଲିଆଙ୍କ ସହ ବୁଲିବାକୁ ଯାଉଛନ୍ତି କି? ଏହାର ଜବାବରେ ରଣବୀର କହିଥିଲେ, ମୁଁ ଏହା ବିଷୟରେ ବିଶେଷ କିଛି କହିବାକୁ ଚାହୁଁନାହିଁ।

ଅଭିନେତ୍ରୀ ଆଲିଆଙ୍କ ଅଭିନୟ, ନିଜର ବ୍ୟବକ୍ତିଗତ ଜୀବନଶୈଳୀ ମୋତେ ପ୍ରଭାବିତ କରିଛି। ସେହିପରି ଆଲିଆ ବହୁ ପୂର୍ବରୁ ଏକ ଟିଭି ସାକ୍ଷାତକାରରେ ରଣବୀରଙ୍କୁ ପସନ୍ଦ କରନ୍ତି ଓ ବାହା ହେବାକୁ ଚାହାଁନ୍ତି ବୋଲି କହିଥିଲେ। ସତେବେଳେ ଏହା ଚର୍ଚ୍ଚାରେ ରହିଥିଲା। ମାତ୍ର ରଣବୀର ସେ ସମୟରେ କାଟ୍ରିନାଙ୍କ ସହ ସମ୍ପର୍କରେ ଥିଲେ। ଏବେକାର ସମୟ ଉଭୟଙ୍କ ପ୍ରେମ ଜୀବନ ଆରମ୍ଭ ପାଇଁ ଅନୁକୂଳ ରହିଛି।

Leave A Reply

Your email address will not be published.