କ୍ଷୁଦ୍ର ସଂଚୟ ଯୋଜନାରେ ମିଳିବ ଅଧିକ ସୁଧ : କେନ୍ଦ୍ର ସରକାରଙ୍କ ଘୋଷଣା

0

ନୂଆଦିଲ୍ଲୀ,୩୧/୩ : କେନ୍ଦ୍ର ସରକାର ଆଜି କ୍ଷୁଦ୍ର ସଞ୍ଚୟ ଯୋଜନାର ନିବେଶକଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର ୨୦୨୩ ଏପ୍ରିଲ-ଜୁନ ତ୍ରୈମାସ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରରେ ୭୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବରିଷ୍ଠ ନାଗରିକ ଯୋଜନା, ମାସିକ ଆୟ ଯୋଜନା, ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ପରି ସ୍ମିମରେ ସୁଧ ହାରରେ ବୃଦ୍ଧି କରାଯାଇଛି ।

କେନ୍ଦ୍ର ସରକାର ଗତ ୯ ମାସରେ ତୃତୀୟ ଥର ପାଇଁ କ୍ଷୁଦ୍ର ସଂଚୟ ଯୋଜନାରେ ସୁଧ ହାରରେ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସମୟରେ କ୍ଷୁଦ୍ର ସଂଚୟ ଯୋଜନାରେ ସୁଧ ହାର ୪.୦ ପ୍ରତିଶତରୁ ୮.୨ ପ୍ରତିଶତ ମଧ୍ୟରେ ରହିଛି । ତେବେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଏବଂ ପୋଷ୍ଟ ଅଫିସ୍ ସଂଚୟ ଆକାଉଣ୍ଟ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ପୋଷ୍ଟି ଅଫିସ୍ ସେଭିଂ ଆକାଉଣ୍ଟରେ ଜମା ଉପରେ ସରକାରୀ ବ୍ୟାଙ୍କ ତୁଳନାରେ ଅଧିକ ସୁଧ ମିଳୁଛି । ପୋଷ୍ଟ ଅଫିସ୍ ୪ ପ୍ରତିଶତ ସୁଧ ଦେଉଥିବା ବେଳେ ଏସବିଆଇ ସେଭିଂ ଆକାଉଣ୍ଟ ୨.୭୦ ପ୍ରତିଶତ ହାରରେ ବାର୍ଷିକ ସୁଧ ଦେଉଛି । ସରକାର ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧହାର ବଢାଇଛନ୍ତି । ଏହି ଯୋଜନାର ସୁଧ ହାର ଏପ୍ରିଲରୁ ଜୁନ ତ୍ରୈମାସ ପାଇଁ ୮ ପ୍ରତିଶତ କରାଯାଇଛି । ପୂର୍ବେ ଏହା ୭.୬୦ ପ୍ରତିଶତ ଥିଲା । ସବୁଠୁ ଅଧିକ ବୃଦ୍ଧି ନ୍ୟାସନାଲ ସେଭିଂ ସାର୍ଟିଫିକେଟର ସୁଧରେ ହୋଇଛି । ଏହି ଯୋଜନାରେ ସୁଧ ହାର ୭.୦ ପ୍ରତିଶତରୁ ବଢି ୭.୭ ପ୍ରତିଶତ ହୋଇଛି ।

SBI AD
Leave A Reply

Your email address will not be published.