ଅକ୍ଟୋବର ୧୫ରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ, ଆଜି ସ୍ପଷ୍ଟ ହୋଇପାରେ ଚିତ୍ର

ଭୁବନେଶ୍ୱର, ୦୧/୧୦ : ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ, ୫ ଦିନ ମଧ୍ୟରେ ଘୋଷଣା । ଆଜି ସ୍ପଷ୍ଟ ହୋଇପାରେ ଚିତ୍ର । ଯଦି ସ୍ଥିତି ସାକାରତ୍ମକ ରହେ ତେବେ ଅକ୍ଟୋବର ୧୪ କିମ୍ବା ୧୫ରେ ଏଥରଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏନେଇ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି । ଏହାର ଠିକ୍‌ ୧୦ ଦିନ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି । ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ । ୮ ବର୍ଷ ପରେ କ୍ୟାମ୍ପସ୍‌ରେ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି । ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି । କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି ।

ସେଥି ପାଇଁ ପୂର୍ବ ପରି ସବୁ କଲେଜରେ ନିର୍ବାଚନ କରାଇବାକୁ ମଧ୍ୟ ଭିନ୍ନ ମତ ପ୍ରକାଶ ପାଇଛି । ଆଜି ସୁଦ୍ଧା ଏହା ସ୍ପଷ୍ଟ ହେବ। ଗୁରୁତ୍ବପୂଣ୍ଣ କଥା ହେଲା ଶାସକ ଦଳର ବହୁ ବିଧାୟକ ନିର୍ବାଚନ ସପକ୍ଷରେ ନାହାନ୍ତି । ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ଏ ନେଇ ମତାମତ ମଗାଯାଇଥିଲା। ଅଧିକାଂଶ ବିଧାୟକ ନିର୍ବାଚନ ଚାହୁ ନଥିବା ଜଣାପଡ଼ିଥିଲା । କିନ୍ତୁ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ କରାଇବାକୁ ଉପରୁ ନିର୍ଦ୍ଦେଶ ରହିଛି ବୋଲି ବିଜେପି ସଭାପତି ସମସ୍ତଙ୍କୁ ଜଣାଇଥିଲେ । ଜେନ୍‌-ଜିଙ୍କୁ ନିଜ ପକ୍ଷରେ ରଖିବା ପାଇଁ ନିର୍ବାଚନ ଆବଶ୍ୟକ ବୋଲି କୁହାଯାଇଛି ।

ତେଣୁ ଏଥି ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ସଭାପତି କହିଥିଲେ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ସଂସଦ ନିର୍ବଚନର ସ୍ଥିତି ଅନୁଧ୍ୟାନ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ସମ୍ଭାବ୍ୟ କାର୍ୟ୍ୟସୂଚୀ ଅନୁଯାୟୀ ୧୪ ତାରିଖରେ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଏବଂ ଅକ୍ଟୋବର ୧୫ରେ ନିର୍ବାଚନ ହେବ । ସେହିଦିନ ହିଁ କ୍ୟାମ୍ପସରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ ଦଶହରା ଛୁଟି ଘୋଷଣା କରାଯିବ ।

ଅକ୍ଟୋବର ୧୪ କିମ୍ବା ୧୫ରେ ଏଥରଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏନେଇ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଏହାର ଠିକ୍‌ ୧୦ ଦିନ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ। ୮ ବର୍ଷ ପରେ କ୍ୟାମ୍ପସ୍‌ରେ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି। ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି । କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି ।

ସେଥି ପାଇଁ ପୂର୍ବ ପରି ସବୁ କଲେଜରେ ନିର୍ବାଚନ କରାଇବାକୁ ମଧ୍ୟ ଭିନ୍ନ ମତ ପ୍ରକାଶ ପାଇଛି । ଆଜି ସୁଦ୍ଧା ଏହା ସ୍ପଷ୍ଟ ହେବ । ଗୁରୁତ୍ବପୂଣ୍ଣ କଥା ହେଲା ଶାସକ ଦଳର ବହୁ ବିଧାୟକ ନିର୍ବାଚନ ସପକ୍ଷରେ ନାହାନ୍ତି । ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ଏ ନେଇ ମତାମତ ମଗାଯାଇଥିଲା । ଅଧିକାଂଶ ବିଧାୟକ ନିର୍ବାଚନ ଚାହୁ ନଥିବା ଜଣାପଡ଼ିଥିଲା । କିନ୍ତୁ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ କରାଇବାକୁ ଉପରୁ ନିର୍ଦ୍ଦେଶ ରହିଛି ବୋଲି ବିଜେପି ସଭାପତି ସମସ୍ତଙ୍କୁ ଜଣାଇଥିଲେ । ଜେନ୍‌-ଜିଙ୍କୁ ନିଜ ପକ୍ଷରେ ରଖିବା ପାଇଁ ନିର୍ବାଚନ ଆବଶ୍ୟକ ବୋଲି କୁହାଯାଇଛି ।