ବଲାଙ୍ଗୀର,୨୯/୧: ବଲାଙ୍ଗୀରରେ ଦୈନିକ ଖବର କାଗଜ ପ୍ରସାରଣ କର୍ମଚାରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲାର ପ୍ରତାପ ମହାପାତ୍ର । ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି ।
ପ୍ରତାପ ଦୈନିକ ଖବର କାଗଜ ‘ସମାଜ’ରେ ଗତ ଚାରି ମାସ ହେଲେ ପ୍ରସାରଣ କର୍ମଚାରୀଭାବରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ କୌଣସି କାମରେ ଯାଉଥିବାବେଳେ ରେଲୱେ ରୋଡ୍ ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ତାଙ୍କୁ ଟଙ୍କା ମାଗିବାରୁ ସେ ନ ଦେବାରୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରତାପ ପ୍ରାଣ ହରାଇଥିଲେ । ଲୁଟ୍ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତିନି ଜଣଙ୍କୁ ଅଟକ ରଖାଯାଇଛି ।