ମହିଳାଙ୍କୁ ଅଧା ମୂଲ୍ୟରେ ସ୍କୁଟି

0

ନୂଆଦିଲ୍ଲୀ ୧୭/୯: ସ୍ୱର୍ଗତ ଜୟଲଳିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଜନହିତକର ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକାରୀ କରିଛନ୍ତି । ଯାହାର ଫଳସ୍ୱରୂପ ଏଣିକି ମହିଳାଙ୍କୁ ନୂଆ ସ୍କୁଟି ଅଧା ମୂଲ୍ୟରେ ଯୋଗାଇ ଦିଆଯିବ । ଅର୍ଥାତ୍‌ ଆପଣଙ୍କ ଘରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ମହିଳା ଥିଲେ ଜୟଲଳିତାଙ୍କ ଦ୍ୱାରା ପ୍ରଚଳିତ ‘ଅମ୍ମା ସ୍କୁଟର ଯୋଜନା’ର ଲାଭ ଉଠାଇପାରିବେ । ତେବେ ଆପଣ ଅମ୍ମା ସ୍କୁଟର ଯୋଜନା ଫର୍ମ ପୁରଣ କରିପାରିବେ । ଏହି ଯୋଜନା ଅନୁସାରେ ୧୮ ରୁ ୪୦ ବର୍ଷ ବୟସର ମହିଳାଙ୍କୁ ସ୍କୁଟର କିଣିବା ପରେ ଗାଡିର ବାସ୍ତବିକ ମୂଲ୍ୟର ଅଧା ସବସିଡ ବ୍ୟାଙ୍କ ଆକାଉଂଟରେ ଟ୍ରାନ୍ସଫର କରିଦିଆଯିବ । ନିକଟରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟଲଳିତାଙ୍କ ଜନ୍ମବାର୍ଷିକୀ ଅବସରରେ ଚେନ୍ନାଇ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ‘ଅମ୍ମା ସ୍କୁଟର ଯୋଜନା’ର ଶୁଭ ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.