ଭାରତ କିଣିବ ଏଏଚ୍‌-୬୪-ଇ ଆପାଚେ ହେଲିକପ୍ଟର

0

୬ଟି ଆଧୁନିକ କ୍ଷମତା ସମ୍ପନ୍ନ ଏଏଚ୍‌-୬୪-ଇ ଆପାଚେ ହେଲିକପ୍ଟରକୁ ଆମେରିକାଠାରୁ ଭାରତ କିଣିବ । ଏନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଭାରତର ଏହି ପ୍ରସ୍ତାବକୁ ଆମେରିକା ମଞ୍ଜୁରୀ ଦେଇଛି। ପୂର୍ବରୁ ଟାଟା ଏବଂ ବୋଇଙ୍ଗ୍‌ କମ୍ପାନୀ ମିଳିତଭାବେ ଏହାର ନିର୍ମାଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଆମେରିକା ସମ୍ପୂର୍ଣ୍ଣ ନିର୍ମିତ ହୋଇଥିବା ଆପାଚେ ହେଲିକପ୍ଟର ଯୋଗାଇଦେବାକୁ ରାଜି ହୋଇଛି। ଚୁକ୍ତି ଅନ୍ତର୍ଗତ ଆମେରିକା ଭାରତକୁ ନାଇଟ୍‌ ଭିଜନ ସେନସର୍‌, ଜିପିଏସ୍‌ ମାର୍ଗଦର୍ଶନ, ଆଣ୍ଟି-କବଚ ଏବଂ ଷ୍ଟିଙ୍ଗର ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଯୋଗାଇଦେବ। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବ ବୋଲି କୁହାଯାଉଛି। ଭାରତ ତାର ଅତ୍ୟାଧୁନିକ ଯୁଦ୍ଧ ଶୈଳୀ ଏବଂ କ୍ଷମତା ସମ୍ପର୍ଣ୍ଣ ଅସ୍ତ୍ର ଶସ୍ତ୍ର ସଂଗ୍ରହରେ ଲାଗିପଡ଼ିଚି ।ଏହି ହେଲିକପ୍ଟର କିଣିବ ଦ୍ୱାରା ଭାରତର ପ୍ରତିରକ୍ଷା ଆଉ ଟିକିଏ ବଢ଼ିଯିବ ନିଶ୍ଚୟ ।

Leave A Reply

Your email address will not be published.