ଆଇପିଏଲ: ‘କର ବା ମର’ ମୁକାବିଲାରେ ଦିଲ୍ଲୀ ଆଗରେ ୧୫୩ ରନ ବିଜୟ ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ଆବୁଧାବି : ଚଳିତ ଆଇପିଏଲ୍‌ର ‘କର ବା ମର’ ଲିଗ୍‌ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ପାଡିକଲଙ୍କ ୫୦ ରନ ଏବଂ ଏବି ଡିଭିଲିୟର୍ସଙ୍କ ଦ୍ରୁତ ୩୫ ରନ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୨ ରନ କରିଛି। ବାଙ୍ଗାଲୋର ପକ୍ଷରୁ ନୋର୍ତ୍ତଜେ ୩ଟି ଓ୍ଵିକେଟ୍, କାଗିସୋ ରାବଡା ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ ସେ ପ୍ଲେଅଫ୍‌ରେ ପ୍ରବେଶ କରିବା ସୁନିଶ୍ଚିତ ହେବ ଏବଂ ପରାଜିତ ଦଳକୁ ମୁମ୍ବାଇ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ପଡିବ।