ଆଜିଠୁ ଆଇପିଏଲ୍‌ ମହାକୁମ୍ଭ : ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଧୋନି ଓ ହାର୍ଦିକ ପାଣ୍ଡ୍ୟା

0

ମୁମ୍ବାଇ, ୩୧ /୩ : ଆଜି ଆରମ୍ଭ ହେବ ଆଇପିଏଲ୍‌ର ୨୦୨୩ ସିଜିନ୍‌ । ପ୍ରଥମ ମ୍ୟାଚ୍‌ ଗୁରୁଜାରଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ହେବ ମୁକାବିଲା । ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ସଂଧ୍ୟା ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ ।

ତେବେ ଗତ ବର୍ଷ (୨୦୨୨)ରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ ହୋଇଥିଲା ହାର୍ଦ୍ଦିକ ପାଣ୍ଡ୍ୟଙ୍କ ନେତୃତ୍ୱଧୀନ ଗୁଜୁରାଟ ଟାଇଟନ୍ସ । ନିଜ ପଦାର୍ପଣ ସିଜିନରେ ହିଁ ହାତେଇଥିଲା ଟ୍ରଫି । ସେହିପରି ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳତମ ଅଧିନାୟକ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ଜଣେ । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଏବେ ଯାଏଁ ୪ ଥର ଟ୍ରଫି ଜିତିସାରିଛି ।

ତେବେ ଦେଖିବାକୁ ବାକି ରହିଲା ଆଇପିଏଲ୍‌ ୨୦୨୩ ସିଜିନ୍‌ର ପ୍ରଥମ ମ୍ୟାଚ୍‌ କିଏ ଜିତୁଛି । ଜଣେ ଅଭିଜ୍ଞ କ୍ୟାପଟେନ୍‌ ଜିତୁଛି ନା ଜଣେ ଯୁବ ଅଧିନାୟକଙ୍କ ଟିମ୍‌ ଜିତୁଛି । ଯିଏ ନିଜ ପଦାର୍ପଣ ସିଜିନ୍‌(୨୦୨୨)ରେ ଟ୍ରଫି ହାତେଇସାରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅନେକ ବଲିଉଡ୍‌ କଳାକାର ଯୋଗଦେବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

SBI AD
Leave A Reply

Your email address will not be published.