ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଇଚ୍ଛାମୃତ୍ୟୁ ଉପରେ ଦେଇଥିବା ଆଦେଶକୁ ସଂଶୋଧନ କରିଛନ୍ତି । ଖୁବଶୀଘ୍ର ଏହା ଉପରେ ବିସ୍ତୃତ ଆଦେଶ ଜାରି କରାଯିବ । ୨୦୧୮ରେ କୋର୍ଟ ନାଗରିକଙ୍କ ଲିଭିଂ ୱିଲ୍ ଉପରେ ଅଧିକାର ଦେଇଥିଲେ । ଏହି ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ତେବେ ସେ ହୋଶରେ ରହି ସେ ଲେଖିପାରିବ କି ଜୋର୍ ଜବରଦସ୍ତ ତା’ର ଲାଇଫ୍ ସପୋର୍ଟ ସିଷ୍ଟମକୁ ଜୀବିତ ରଖାନଯାଉ ।
କୋର୍ଟ ଏବେ ସ୍ୱୀକାର କରିଛନ୍ତି ଯେ ଆଇନଗତ କଟକଣା ଯୋଗୁଁ ଲୋକେ ଏହି ଅଧିକାରକୁ ପ୍ରୟୋଗ କରିବାରୁ ବଞ୍ôଚତ ହେଉଛନ୍ତି । କୋର୍ଟ କହିଛନ୍ତି ଯେ ଲିଭିଂ ୱିଲ୍ ବିଲ୍ ଉପରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ମଞ୍ଜୁରୀ ଭଳି ଅନିବାର୍ଯ୍ୟତାକୁ ଏବେ ଶେଷ କରାଯିବ । ମେଡିକାଲ ବୋର୍ଡର ରିପୋର୍ଟ ଉପରେ ସମୟସୀମା ମଧ୍ୟରେ ନିଷ୍ପତ୍ତି ନିଆଯିବ ।
ଏହା ପୂର୍ବରୁ ଗତ ସପ୍ତାହରେ ଜଷ୍ଟିସ୍ କେଏମ୍ ଜୋସେଫ୍, ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷିକେଶ ରାୟ ଓ ସିଟି ରବିକୁମାର ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଉପରେ ଥିବା ଆଇନକୁ ଆଗକୁ ନବଢ଼ାଇବା ପାଇଁ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଅଦାଲତ ପ୍ରକ୍ରିୟାକୁ ସହଜ କରିବା ପାଇଁ ନିଜର ଦିଶାନିର୍ଦ୍ଦେଶକୁ ସଂଶୋଧିତ କରିବା ଉପରେ ପ୍ରତିଶ୍ରୁତି ଦେଇଥିଲେ ।