ବିଶ୍ୱରେ ଭାରତ ଟି-୨୦ ଓ ଦିନିକିଆରେ ନମ୍ବର ୧ ଟିମ୍

0

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବର୍ଷ । କାରଣ ଚଳିତ ବର୍ଷ ଭାରତ ନିଜ ମାଟିରେ ଦିନିକିଆ ବିଶ୍ଵ କପ୍ ଖେଳିବ। ଭାରତ ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ଦିନିକିଆ ଶୃଙ୍ଖଳାରେ ହରାଇ ନୂଆ ବର୍ଷରେ ଦମଦାର ଆରମ୍ଭ କରିଛି। ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆ ଜିତି ଭାରତ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।

ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ କ୍ଲିନ୍ ସୁଇପ୍ କରିବା ପରେ ଦିନିକିଆ ମାନ୍ୟତାରେ ଶୀର୍ଷକୁ ଉଠିଛି। ଦଳ ପୂର୍ବରୁ ଟି-୨୦ରେ ଶୀର୍ଷ ସ୍ଥାନରେ ରହିଛି। ଆଇସିସି ମାନ୍ୟତାରେ ଏବେ ଭାରତୀୟ ଦଳର ଦବଦବା ରହିଛି ଏବଂ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ଵରେ ଅଗ୍ରସର ହେଉଛି। ଏବେ ଦଳର ନଜର ଦିନିକିଆ ବିଶ୍ଵ କପ୍ ୨୦୨୩ ଉପରେ ରହିଛି।

ଆଇସିସି ଦିନିକିଆ ମାନ୍ୟତାରେ ଏହି ଦେଶ

୧ – ଭାରତ ୧୧୪ ପଏଣ୍ଟ

୨ – ଇଂଲଣ୍ଡ, ୧୧୩ ପଏଣ୍ଟ

୩ – ଅଷ୍ଟ୍ରେଲିଆ, ୧୧୨ ପଏଣ୍ଟ

୪ – ନ୍ୟୁଜିଲାଣ୍ଡ, ୧୧୧ ପଏଣ୍ଟ

୫ – ପାକିସ୍ତାନ, ୧୦୫ ପଏଣ୍ଟ

ଦିନିକିଆ ଏବଂ ଟି-୨୦ ବ୍ୟତୀତ ଟେଷ୍ଟ ମାନ୍ୟତାରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ। ଯଦି ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ହରାଏ ତେବେ ଦଳ ଏକ ନମ୍ବରକୁ ଯାଇପାରିବ ।

SBI AD
Leave A Reply

Your email address will not be published.