କୋଭିଡ୍‍ ନାଜାଲ୍‍ ଭ୍ୟାକ୍ସିନ୍‍ ଇନକୋଭାକ୍‍ର ମୂଲ୍ୟ ନିର୍ଦ୍ଧାରିତ; ଘରୋଇ ମେଡିକାଲରେ ୮୦୦ ଏବଂ ସରକାରୀରେ ୩୨୫ ଟଙ୍କା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତ ବାୟୋଟେକ୍‍ ଦ୍ୱାରା ନିର୍ମିତ ନାଜାଲ୍‍ ଭ୍ୟାକ୍‍ସିନ୍‍ ଇନକୋଭାକ୍‍ କୁ ମଞ୍ଜୁରୀ ଦେଇଛନ୍ତି । ଏବେ ଏହା କୋ-ୱିନ୍‍ ଆପରେ ଉପଲବ୍ଧ ରହିଛି । ଘରୋଇର ହସ୍‍ପିଟାଲରେ ଏହାର ମୂଲ୍ୟ ୮୦୦ ଟଙ୍କା ରଖାଯାଇଥିବାବେଳେ ସରକାରୀ ହସ୍‍ପିଟାଲରୁ ଏହି ଭ୍ୟାକ୍‍ସିନ୍‍କୁ ମାତ୍ର ୩୨୫ ଟଙ୍କାରେ କିଣି ହେବ ବୋଲି ସରକାରୀ ଭାବେ କୁହାଯାଇଛି ।

ଉଭୟ କୋଭାକ୍ସିନ୍‍ ବା କୋଭିସିଲ୍ଡର ଦୁଇଟି ଡୋଜ୍‍ ନେଇସାରିଥିବା ବ୍ୟକ୍ତି ତୃତୀୟ ଡୋଜ୍‍ ଭାବେ ଇନକୋଭାକ୍‍କୁ ନେଇ ପାରିବେ । କୋଭିଡ୍‍ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏହାକୁ ଜରୁରୀକାଳିନ ଭାବେ ବ୍ୟବହାର କରାଯାଇପାରିବ । ଏହି ନାଜାଲ୍‍ ଭ୍ୟାକ୍ସିନ୍‍ ଜାନୁୟାରୀ ୪ର୍ଥ ସପ୍ତାହରୁ ଆରମ୍ଭ ହେବ । ଏହାକୁ ୧୮ ବର୍ଷରୁ ଊଦ୍ଧ୍ୱର୍ ବର୍ଗର ବ୍ୟକ୍ତିବିଶେଷ ନେଇପାରିବେ । ନାକରେ ଦିଆଯାଉଥିବା ଏହି ଭ୍ୟାକ୍ସିନ୍‍ ବୁଷ୍ଟର ଡୋଜ୍‍ ଭାବେ କାମ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।