ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଏହି ରାଶିର ଲୋକଙ୍କ ଉପରେ ପଡିବ ଅଧିକ ପ୍ରଭାବ

0

ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଯାହା ମେଷ ରାଶି ଏବଂ ଅଶ୍ୱିନୀ ନକ୍ଷତ୍ରରେ ସାମିଲ ହେବାକୁ ଯାଉଛି। ଭାରତରେ ଏହାର ଜ୍ୟୋତିଷିକ ଏବଂ ଧାର୍ମିକ ମହତ୍ତ୍ୱ ରହିଛି। ଯାହା ଅନୁଯାୟୀ ସୂର୍ଯ୍ୟ ପରାଗକୁ ଅଶୁଭ ଘଟଣା ମନା ଯାଇଥାଏ। ସୂର୍ଯ୍ୟ ପରାଗ ପରେ ସୂର୍ଯ୍ୟର ରାଶି ପରିବର୍ତ୍ତନ ହେବ। ସୂର୍ଯ୍ୟ ପରାଗ କାରଣରୁ ୪ଟି ରାଶି ଉପରେ ଏହାର ଅଧିକ ପ୍ରଭାବ ରହିବ। ସୂର୍ଯ୍ୟ ଏହି ଦିନ ଉଚ୍ଚ ରାଶି ମେଷରେ ରହିବେ ଏବଂ ଏହାର ଦୁଇ ଦିନ ପରେ ଗୁରୁ ସ୍ଥାନ ପରିବର୍ତ୍ତନ କରିବେ। ତେଣୁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂର୍ଯ୍ୟ ପରାଗର ସମୟ ଆଜି ୦୭.୦୫ରେ ଆରମ୍ଭ ହୋଇ ସମାପ୍ତି ୧୨.୨୯ରେ ହେବ।

ସୂର୍ଯ୍ୟପରାଗର ଅବଧି ମୋଟ ୫ ଘଣ୍ଟା ୨୪ ମିନିଟ ହେବ। ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟ ପରାଗ ଆସିବା ପରେ ପୃଥିବୀ ସହିତ ଜଡ଼ିତ ଅନେକ ସମସ୍ୟା ଆସିଥାଏ । ଚନ୍ଦ୍ର ଗ୍ରହଣ ଦ୍ୱାରା ପାଣି ସହିତ ଜଡ଼ିତ ଆପଦ ଅଧିକ ଆସିଥାଏ। ଏଥରର ସୂର୍ଯ୍ୟ ପରାଗ ଭାରତରେ ନୁହେଁ ବରଂ ଥାଇଲାଣ୍ଡ, ଚୀନ, ଆମେରିକା, ଆଣ୍ଟାର୍କଟିକା , ଭିଏତନାମ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଦେଖାଯିବ।

ମେଷ: ବର୍ଷର ପ୍ରଥମ ସୂର୍ଯ୍ୟପରାଗର ପ୍ରଭାବ ସବୁଠାରୁ ଅଧିକ ମେଷ ରାଶି ଉପରେ ପଡିବ । ଆପଣଙ୍କ କ୍ୟାରିୟରରେ ଅନେକ ବାଧା ବିଘ୍ନ ଆସିପାରେ । ଅନେକ ପ୍ରକାର ଅସୁବିଧା ଆପଣଙ୍କ ପାଖକୁ ଆସିପାରେ ଯେଉଁଥିରେ ବ୍ୟବସାୟ ବାଣିଜ୍ୟ ପ୍ରଭାବିତ ହେବ । ତେବେ ସୂର୍ଯ୍ୟପରାଗ ସମୟରେ ଆପଣ ସତର୍କ ରୁହନ୍ତୁ । କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ ।

ସିଂହ: ସୂର୍ଯ୍ୟ ସିଂହ ରାଶିର ସ୍ୱାମୀ ହୋଇଥିବାରୁ ସୂର୍ଯ୍ୟପରାଗରେ ଏହି ରାଶିର ଲୋକେ ସାବଧାନ ରହିବା ନିହାତି ଆବଶ୍ୟକ । କଠିନ ପରିଶ୍ରମ କରିବା ପରେ ମଧ୍ୟ ଆପଣଙ୍କୁ କୌଣସି ଫଳପ୍ରାପ୍ତି ହେବ ନାହିଁ । ଲୋକସଂପର୍କ ଖରାପ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳାରାଶି: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ତୁଳା ରାଶିର ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଆପଣଙ୍କର କୌଣସି ବ୍ୟକ୍ତିଙ୍କ ସହ ବିବାଦ ବଢିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ନିଜର ସହକର୍ମୀଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ତେଣୁ ଆପଣ ନିଜ କଥାବାର୍ତ୍ତା ଉପରେ ସଂଯମତା ରଖିବା ଆବଶ୍ୟକ ।

ମକର: ଏହି ସୂର୍ଯ୍ୟପରାଗ ମକର ରାଶିର ଲୋକମାନଙ୍କୁ ଅସୁବିଧାରେ ପକାଇପାରେ । ଆପଣଙ୍କ ଖର୍ଚ୍ଚ ବଢିପାରେ । ଟଙ୍କା-ପଇସାର କ୍ଷତି ହୋଇପାରେ । କିଛି ଦିନ ପାଇଁ କାହାକୁ ଧାର ଦିଅନ୍ତୁ ନାହିଁ କି କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ । ଏହି ସମୟରେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

 

 

SBI AD
Leave A Reply

Your email address will not be published.